ଭାଇରାଲ ଗାର୍ଲ ମୋନାଲିସାଙ୍କୁ ଅଫର ଦେଇଥିବା ନିର୍ଦ୍ଦେଶକ ଗିରଫ, ରୁଜୁ ହେଲା ଦୁଷ୍କର୍ମ ମାମଲା

Published By : Prameya-News7 Bureau | March 31, 2025 IST

ମୁମ୍ଵାଇ ୩୧।୦୩; ମହାକୁମ୍ଭ ମେଳାର ଭାଇରାଲ୍ ଗର୍ଲ ମୋନାଲିସା। ତାଙ୍କୁ ଫିଲ୍ମ ଅଫର୍ ଦେଇଥିବା ନିର୍ଦ୍ଦେଶକ ସନୋଜ ମିଶ୍ରା ଗିରଫ। ଦୁଷ୍କର୍ମ ମାମଲାରେ ତାଙ୍କର ଗିରଫଦାରୀ ହୋଇଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଖାରଜ କରିବା ପରେ,ଦିଲ୍ଲୀର ନବି କରିମ ପୋଲିସ ଗିରଫ କରିଥିଲା। ଅଭିଯୋଗ ହୋଇଛି ଯେ ସନୋଜ ମିଶ୍ରା ଜଣେ ଝିଅକୁ ହିରୋଇନ କରିବାର ଆଶା ଦେଇ ଅନେକ ଥର ଦୁଷ୍କର୍ମ କରିଥିଲେ।

ପୀଡିତାଙ୍କ କହିବା ଅନୁଯାୟୀ, ସେ ୨୦୨୦ ମସିହାରେ ଟିକଟକ୍ ଏବଂ ଇନଷ୍ଟାଗ୍ରାମ ମାଧ୍ୟମରେ ସନୋଜଙ୍କୁ ଭେଟିଥିଲେ। ସେହି ସମୟରେ ସେ ଝାନ୍ସୀରେ ରହୁଥିଲେ। ଦୁହିଁଙ୍କ ମଧ୍ୟରେ କିଛି ସମୟ ପାଇଁ କଥାବାର୍ତ୍ତା ଚାଲିଲା ଏବଂ ତା’ପରେ ନିର୍ଦ୍ଦେଶକ ତାଙ୍କୁ ୧୭ ଜୁନ୍ ୨୦୨୧ରେ ଫୋନ୍ କରି କହିଥିଲେ ଯେ ସେ ଝାନ୍ସୀ ରେଳ ଷ୍ଟେସନରେ ପହଞ୍ଚି ଯାଇଛନ୍ତି। ସାମାଜିକ ଚାପ ଯୋଗୁଁ ପୀଡିତା ତାଙ୍କୁ ଭେଟିବାକୁ ମନା କରିଦେବାରୁ, ସନୋଜ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଏହା ପରେ ଭୟରେ ପୀଡିତା ତାଙ୍କୁ ଭେଟିବାକୁ ଯାଇଥିଲେ। ପରଦିନ ଅଭିଯୁକ୍ତ ତାଙ୍କୁ ପୁଣି ଥରେ ଫୋନ୍ ରେଳ ଷ୍ଟେସନକୁ ଡାକିଥିଲେ।

ସେଠାରୁ ତାଙ୍କୁ ଏକ ରିସର୍ଟକୁ ନେଇଯାଇଥିଲେ ଏବଂ ନିଶା ଦ୍ରବ୍ୟ ଖୁଆଇବା ପରେ ଦୁଷ୍କର୍ମ କରିଥିଲେ। ପୀଡିତା ଏଫଆଇଆରରେ ଦର୍ଶାଇଛନ୍ତି ଯେ ଅଭିଯୁକ୍ତ ତାଙ୍କର ଆପତ୍ତିଜନକ ଫଟୋ ଏବଂ ଭିଡିଓ କରିଥିଲେ। ଯଦି ସେ ଏବିଷୟରେ କାହାକୁ କୁହନ୍ତି, ତାହାଲେ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ। ଏହା ପରେ ସେ ବିବାହ ବାହାନାରେ ତାଙ୍କୁ ଅନେକ ଥର ବିଭିନ୍ନ ସ୍ଥାନକୁ ଡାକି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ସହିତ, ସେ ତାଙ୍କୁ ଚଳଚ୍ଚିତ୍ରରେ କାମ ଦେବାର ପ୍ରତିଶ୍ରୁତି ଦେଇ ପ୍ରଲୋଭନ ଦେଖାଇଥିଲେ।

ସନୋଜ ମୋନାଲିସାଙ୍କୁ ଅଭିନୟର ତାଲିମ ଦେଉଥିଲେ

କହିବାକୁ ଗଲେ ଖବର ଆସିଥିଲା ଯେ ମହାକୁମ୍ଭରେ ମାଳି ବିକ୍ରୟ କରି ସୋସିଆଲ ମିଡିଆ କ୍ଵିନ୍‌ ହୋଇଥିବା ମୋନାଲିସାଙ୍କୁ ଫିଲ୍ମ ଅଫର ଦେଇଥିଲେ। ଚଳଚ୍ଚିତ୍ର ନିର୍ଦ୍ଦେଶକ ସନୋଜ ମୋନାଲିସାଙ୍କୁ ଅଭିନୟ ତାଲିମ ଦେଉଥିଲେ । ନିକଟରେ ଦୁହେଁ ଏକ ବିମାନରେ ଯାତ୍ରା କରୁଥିବାର ମଧ୍ୟ ଦେଖାଯାଇଥିଲା। ଏସବୁ ଦେଖି କୁହାଯାଉଥିଲା ଯେ ସନୋଜ ମୋନାଲିସାଙ୍କ ଠାରୁ ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.